୧୮ ରୁ ଆରମ୍ଭ ହେବ ବିଧାନସଭା, ଚଳିତଥର ରହିବ ପ୍ରଶ୍ନକାଳ

ଭୁବନେଶ୍ୱର, ୨/୨: ଆସନ୍ତା ୧୮ ରୁ ବିଧାନସଭା ଆରମ୍ଭ ହେବ। କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ। ଏହାସହ ଚଳିତଥର ପ୍ରଶ୍ନକାଳ ରହିବ ଓ ୩୧ ଦିନିଆ କାର୍ଯ୍ୟଦିବସ ରହିଛି। ୨୨ରେ ବଜେଟ ଉପସ୍ଥାପନ ହେବ ଓ ଆସନ୍ତା ୨୫ରେ ଆଲୋଚନା ହେବ। ବଜେଟ ଅଧିବେଶନକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ  ବିଧାନସଭାରେ କୋଭିଡ କଟକଣା ରହିବ କିନ୍ତୁ କିଛି ନିୟମ କୋହଳ ହେବ। ବିଧାନସଭାକୁ ଯିବା ପୂର୍ବରୁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନାହିଁ।ଯେଉଁ ନେତାଙ୍କ ପାଖରେ ଲକ୍ଷଣ ଦେଖାଯିବ ସେମାନଙ୍କର ଆଣ୍ଟିଜେନ ଟେଷ୍ଟ ହେବ। ପ୍ରତିଦିନ ବିଧାନସଭା ସାନିଟାଇଜ ହେବ। ଯେଉଁ ବିଧାୟକ କିମ୍ବା ମନ୍ତ୍ରୀ ଚାହିଁବେ ଭିଡ଼ିଓ କନଫରେନ୍ସିଂରେ ନିଜ ଅଫିସରୁ ଉପସ୍ଥିତ ରହିପାରିବେ ।