ବିଧାନସଭାରେ ହଟ୍ଟଗୋଳ, ଗୃହ ୪ଟା ଯାଏ ମୁଲତବି ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର,୨୮/୨: ଆଜି ବି ଚାଲିପାରିଲାନି ବିଧାନସଭା । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ନାରାବାଜି କରିଥିବା ବେଳେ ଶାସକ ଦଳ ବିଜେଡି ମଧ୍ୟ ପ୍ରତିବାଦ କରିଛି । ଶୂନ୍ୟକାଳରେ ଗୃହରେ ବିଜେଡିର ନାରାବାଜି ପରେ ଅପରାହ୍ଣ ୪ ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ ସୁଦ୍ଧା ଘର ଦେବାକୁ କହି ଓଡ଼ିଶାଲୋକଙ୍କୁ ମୋଦୀ ସରକାର ଠକିଦେବା ଲେଖାଥିବା ବ୍ୟାନର ଧରି ବିିଜେଡି ବିଧାୟକଙ୍କ ପ୍ରତିବାଦ । ଏପଟେ ଗୃହରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଏବଂ ନବ ଦାସ ହତ୍ୟା ମମଲା ଉଠାଇ ପ୍ରତିବାଦ କଲେ ଉଭୟ ବିଜେପି ଓ କଂଗ୍ରେସ ।