ବିରୋଧୀଙ୍କ ପ୍ରବଳ ହଟଗୋଳ ଯୋଗୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୨୮/୭: ଗୃହରେ ବିଜେପି ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଚାଲି ପାରିଲାନି ପ୍ରଶ୍ନକାଳ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଗୃହରେ କମ୍ପିଲେ ବିରୋଧୀ । ଗୃହର ମଧ୍ୟଭାଗରେ ପ୍ଲାକାର୍ଡ ଧରି ବିଜେପି ବିଧାୟକଙ୍କ ଜୋରଦାର ହଙ୍ଗାମା କରିଛନ୍ତି । ବିଜେପିର ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ବିଧାନସଭା ବାହାରେ ମଧ୍ୟ ବିଜେପି ଫ୍ଲାକାଡ଼ ଧରି ବିବାଦୀୟ ମନ୍ତବ୍ୟକୁ ବିରୋଧ କରିଛନ୍ତି ।