ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି

ଭୁବନେଶ୍ୱର,୯/୯:  ଆଜି ସରିଲା ମୌସୁମୀ ଅଧିବେଶନ।ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି ଘୋଷଣା  କରାଯାଇଛି। ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ। ଚଳିତ ଅଧିବେଶନରେ ପାରିତ ହୋଇଛି ୧୩ଟି ବିଲ୍ ।

ଆଜି ଶେଷ ଦିନରେ ବିଧାନସଭାରେ ଉପସ୍ଥାପିତ ହୋଇଥିଲା CAG ରିପୋର୍ଟ । ଉଚ୍ଚଶିକ୍ଷା ଫଳାଫଳ ଓ ଆର୍ଥିକ କ୍ଷେତ୍ର ସଂପର୍କିତ CAG ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ସେହିପରି ବିଧାନସଭାରେ ଜାତିଭିତ୍ତିକ ଜନଗଣନା ସଂପର୍କିତ ସଂକଳ୍ପ ଆଗତ ହୋଇଥିଲା । ସଂକଳ୍ପ ଆଗତ କରିଥିଲେ SC/ST/OBC ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା । ସଂରକ୍ଷଣ ସୀମା 50% ଉପରେ ରଖିବା ନେଇ ମଧ୍ୟ ସଂକଳ୍ପ ଆଗତ କରାଯାଇଥିଲା ।