ବିଧାନସଭାରେ ଅଶୋଭନୀୟ ଆଚରଣ, ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ୨ ବିଜେପି ବିଧାୟକ

ଭୁବନେଶ୍ୱର, ୩/୪: ବିଧାନସଭାରେ ବିରୋଧୀଙ୍କ ହାଙ୍ଗାମା କରିବା ସହ ଅଶୋଭନୀୟ ଆଚରଣ ମଧ୍ୟ ଦେଖାଇଛନ୍ତି। ଦୁଇ ଜଣ ବିଜେପି ବିଧାୟକ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ଚପଲ ଫିଙ୍ଗିଥିବା ସୂଚନା ମିଳିଛି। ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି। ସେହିପରି ପୋଡିଅମକୁ କାଗଜ ଓ ଇଅର ଫୋନ୍‌ ଫିଙ୍ଗିଲେ ବିଧାୟକ ମୋହନ ମାଝୀ । ତେଣୁ  ଅପରାହ୍‌ଣ ୪ଟା ଯାଏ ଗୃହ ମୁଲତବୀ ରଖାଯାଇଛି। ଏହି ଘଟଣାରେ ବାଚସ୍ପତି ପ୍ରତିକ୍ରିୟା ରଖି କହିଛନ୍ତି ଯେ ଘଟଣାର ତର୍ଜମା ହେଉଛି। ଆଇନ ତା ବାଟରେ ଯିବ ଓ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।