ମାର୍ଚ ୩୧ ସୁଦ୍ଧା ସବୁ ପଞ୍ଜିକୃତ ଚାଷୀଙ୍କ କିଣାଯିବ ଧାନ

ଭୁବନେଶ୍ୱର, ୧୯/୩: ଚାଷୀଙ୍କ ପାଇଁ  ବଡ଼ ଖୁସି ଖବର।ବିଧାନସଭାରେ ଧାନକିଣା ନେଇ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି ଯେ ଚଳିତ ଥର ୬୧.୬୪ ଲକ୍ଷ ଟନ ଧାନ ସଂଗ୍ରହ ହୋଇଛି। ଏହାସହ ପଞ୍ଜୀକୃତ ଚାଷୀଙ୍କ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ମାର୍ଚ ୩୧ ସୁଦ୍ଧା ସବୁ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ।