ପ୍ରକାଶ ପାଇଲା ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ୱର, ୨୦/୨: ବିଧାନସଭାରେ ଆଜି ୨୦୨୦-୨୧ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି।୨୦୨୦-୨୧ ରେ ଅଭିବୃଦ୍ଧି ହାର -୪.୯୨କୁ ହ୍ରାସ ପାଇବ ବୋଲି ରିପୋର୍ଟ ରହିଛ । ରାଜ୍ୟ ଅର୍ଥନୀତି ଉପରେ କୋଭିଡ ପ୍ରଭାବ ପଡ଼ିଛି ତେଣୁ ଅଭିବୃଦ୍ଧି ରେ ପ୍ରଭାବିତ ପଡିିିବ। ସେହିପରି କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ଆକଳନ ହେବ । ୨୦୨୦-୨୧ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୬.୫୪% ଆକଳନ କରାଯାଉଥିବା ବେଳେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୮.୮୩% ଆକଳନ କରାଯାଇଛି।