ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ, ୧୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବ‌ବନେଶ୍ବର,୧୫/୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।  ଲୋକେସନ୍‌ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍‌ ଇନିସିଏଟିଭ୍‌ (ଲକ୍ଷ୍ମୀ) ଉପରେ ମୋହର ଲାଗିଛି। ଏହି ଯୋଜନାରେ ନିର୍ଭରଯୋଗ୍ୟ ଏବଂ ସୁଲଭ ସେବା ମିଳିବ। ଗ୍ରାମପଞ୍ଚାୟତସ୍ତରରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଏକ ନିରବଚ୍ଛିନ୍ନ ସାର୍ବଜନୀନ ପରିବହନ ସେବା ପ୍ରଦାନ କରିବ। ଏହି ଯୋଜନା ଅଧିନରେ ମହିଳା ସଶକ୍ତୀକରଣକୁ ପ୍ରାଥମିକତା ଦିଆଯିବ। ରାଜ୍ୟ ସରକାର ଖରିଫ ଓ ରବି ଋତୁରେ ଧାନ ସଂଗ୍ରହ ପାଇଁ ନୂଆ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୩-୨୪କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।ସେହିପରି ରାଜ୍ୟ ପୂର୍ତ୍ତ ଓ ଆର୍‌ଡି ବିଭାଗ ଅଧୀନ ସବୁ ଟୋଲ୍‌ ଗେଟ୍‌ ଉଚ୍ଛେଦ ହେବ ବୋଲି ଜଣାଯାଇଛି। ରାଜ୍ୟର ସମସ୍ତ ୩୫ଟି ଟୋଲ୍‌ ଗେଟ୍‌ ଉଚ୍ଛେଦକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି।