ଭୁବନେଶ୍ୱର,୨୭/୩: ରାହୁଲ ଗାନ୍ଧୀଙ୍କ ସଦ୍ୟସତା ରଦ୍ଦ ପ୍ରସଙ୍ଗରେ ଗୃହକୁ କଳା ପୋଷାକ ପିନ୍ଧି ଆସି ପ୍ରତିବାଦ ଜଣାଇଲେ କଂଗ୍ରେସ ବିଧାୟକ । ଗୃହ ଭିତରେ କଂଗ୍ରେସ ବିଧାୟକଙ୍କ ନାରାବାଜି ଓ ହୋ-ହଲ୍ଲା । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ଏକଜୁଟ୍ ହୋଇ ପ୍ରତିବାଦ କରିଛନ୍ତି । ମୋଦୀ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି କହିଥିଲେ ମଧ୍ୟ ଏହାକୁ ଶୁଣିନଥିଲେ କଂଗ୍ରେସ ବିଧାୟକ । ଫଳରେ ଗୋଟିଏ ମିନିଟ୍ ଯାଏଁ ମଧ୍ୟ ସ୍ୱାଭାବିକ ଭାବେ ଚାଲି ପାରିନଥିଲା ପ୍ରଶ୍ନକାଳ । କଂଗ୍ରେସ ବିଧାୟକଙ୍କ ଲଗାତାର ନାରାବାଜି କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।