ନଭେମ୍ବର ୨୯ରେ ବିଧାନସଭାରେ ପାରିତ ହେବ ବଜେଟ

ଭୁବନେଶ୍ୱର, ୧୮/୧୧: ନଭେମ୍ବର ୨୯ରେ ବିଧାନସଭାରେ ବଜେଟ ପାରିତ ହେବ। ପ୍ରତିଦିନ ୨ଟି ପର୍ଯ୍ୟାୟରେ ସାଢ଼େ ୪ ଘଣ୍ଟା ଚାଲିବ ଗୃହକାର୍ଯ୍ୟ। ଦିନ ସାଢ଼େ ୧୦ଟାରୁ ୧ଟା ଓ ଅପରାହ୍ଣ ୩ଟାରୁ ୫ଟା ଚାଲିବ। ବରିଷ୍ଠ ବିଧାୟକମାନେ ଚାହିଁଲେ ଭିସିରେ ଯୋଗ ଦେଇପାରିବେ ବୋଲି ସୂଚନା ମିଳିଛି। କିନ୍ତୁ ଅଧିବେଶନ କୋଭିଡ ଗାଇଡ୍‌ଲାଇନ ଭିତରେ ଚାଲିବ।