ASO ପରୀକ୍ଷା ବିବାଦ: ଫଳ ପ୍ରକାଶ ଉପରେ ରୋକ ଲଗାଇଲେ ହାଇକୋର୍ଟ

ଭୁବନେଶ୍ୱର,୨/୧୧: ଆସିଷ୍ଟାଂଟ ସେକ୍ସନ ଅଫିସର ଏଏସଓ ପରୀକ୍ଷା ବିବାଦକୁ ନେଇ ହାଇକୋର୍ଟଙ୍କ ବଡ ରାୟ ଶୁଣାଇଛନ୍ତି । ମାମଲାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ଚୁଡାନ୍ତ ତାଲିକା ବା ଫଳ ପ୍ରକାଶ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ହେଲେ କମ୍ପ୍ୟୁଟର ପ୍ରୋଫିସିଏନ୍ସି ଟେଷ୍ଟ କରିବାକୁ ଅନୁମତି ଦେଇଛନ୍ତି । ଏଏସଓ ପରୀକ୍ଷାରେ ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ହାଇକୋର୍ଟ ଯାଇଛନ୍ତି ପରୀକ୍ଷାର୍ଥୀ । ଆବେଦନକାରୀ ଯେଉଁ ସବୁ ବିଷୟ ଉଠାଇଛନ୍ତି ତାହା ବିଚାରଯୋଗ୍ୟ ବୋଲି ଖଣ୍ଡପୀଠ କହିଛନ୍ତି । ଏଥିସହ ମାମଲାର ଶୁଣାଣି ନସରିବା ଯାଏଁ ଓପିଏସସି ଚୂଡାନ୍ତ ଫଳ ପ୍ରକାଶ କରିପାରିବ ନାହିଁ ବୋଲି ରାୟ ଦେଇଛନ୍ତି ହାଇକୋର୍ଟ ।