୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୮/୦୯: ଏସିଆନ୍ କ୍ରୀଡ଼ାର ପଞ୍ଚମ ଦିନ ଆରମ୍ଭରୁ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ହାସଲ କରିଛି। ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ମିିଳିଛି ସ୍ୱର୍ଣ୍ଣ । ଚୀନକୁ ପରାସ୍ତ କରି ଦଳ ଶେଷ ମୁହୂର୍ତରେ ଜିତିଛି ସ୍ୱର୍ଣ୍ଣ । ଭାରତ ପକ୍ଷରୁ ସରବଜୋତ ସିଂ, ଅର୍ଜୁନ୍ ସିଂ ଚିମା ଓ ସିବା ନରୱଲ ଆଣିଛନ୍ତି ଏହି ସଫଳତା । ସେହିପରି ମହିଳା ୬୦ କେଜି ଉଷୁ ପ୍ରତିଯୋଗିତାରେ ଭାରତ ପକ୍ଷରୁ ରୋଶିବିନା ଦେବୀ ରୌପ୍ୟ ଜିତିଥିଲେ । ଏବେ ପଦକ ତାଲିକାରେ ଭାରତ ମୋଟ ୨୪ ପଦକ ସହ ପଞ୍ଚମ ସ୍ଥାନରେ ରହିଛି ।