ଏସିଆନ୍ କପ୍ ପାଇଁ ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ

ଭୁବନେଶ୍ୱର, ୨୬/୧୧: ଡିସେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଏସିଆନ୍ କପ୍ ପାଇଁ ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ । ଦଳରେ ସ୍ଥାନ ପାଇଛନ୍ତି ୩ ଓଡ଼ିଆ ଖେଳାଳି । ଫରୱାର୍ଡ ଖେଳାଳି ଶିଲାନନ୍ଦ୍ ଲାକ୍ରା, ମିଡଫିଲ୍ଡର ଦିପସାନ୍ ତିର୍କି ଏବଂ ନିଲାମ ସଞ୍ଜୀବ ଜେସ୍ । ଏଥିରେ ଭାରତ ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆକୁ ଭେଟିବ । ଏହି ଚାମ୍ପିଅନସିପ ୧୪ରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଦଳର ନେତୃତ୍ବ ନେବେ ଅଧିନାୟକ ମନପ୍ରୀତ୍ ସିଂ।