ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍

ନୂଆଦିଲ୍ଲୀ,୧୫/୦୬: ଏସିଆ କପକୁ ନେଇ ଆସିଛି ବଡ ଖବର । ଏଥର ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍ । ଖାଲି ସେତିକି ନୁହେଁ, ଅଗଷ୍ଟ-ସେପ୍ଟେମ୍ବର ମାସରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ତାରିଖ ମଧ୍ୟ ଘୋଷଣା କରାଯାଇଛି । ତେବେ ଏହି ଘୋଷଣା ପରେ ପାକିସ୍ତାନକୁ ବଡ ଝଟକା । କାରଣ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ।

ହାଇବ୍ରିଡ୍ ମଡେଲରେ ଏସିଆ କପ୍ ଖେଳାଯିବାକୁ ନିଷ୍ପତ୍ତି ନିଆଯିବା ପରେ, ପାକିସ୍ତାନରେ କେବଳ ୪ଟି ମ୍ୟାଚ୍ ଆୟୋଜନ କରାଯିବ । ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ସେପ୍ଟେମ୍ବର ୧୭ ତାରିଖରେ ଏହାର ଫାଇନାଲ ମ୍ୟାଚ୍ ଖେଳାଯିବ ।ଆଇସିସି ସିଇଓ ଜେଓଫ୍ ଏଲର୍ଡିସ୍ ଏବଂ ଚେୟାରମ୍ୟାନ୍ ଗ୍ରେଗ୍ ବାର୍କେଲ, ପିସିବି ଅଧ୍ୟକ୍ଷ ନଜର ସେଠୀଙ୍କ ସହ ମିଶି ଏନେଇ ନିଷ୍ପତ୍ତି ନେଇଥିଲେ । ଯାହା ପରେ ଏସିଆ କପ୍ ହାଇବ୍ରିଡ୍ ମଡେଲରେ ଖେଳାଯିବ ବୋଲି ଜଣାପଡିଛି ।ଏଥର ଦିନିକିଆ ଫର୍ମାଟରେ ଏସିଆ କପ୍ ଖେଳାଯିବ । ଯେଉଁଥିରେ କି, ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ସହିତ ନେପାଳ ଭାଗନେବେ । ତେବେ ଭାରତ, ପାକିସ୍ତାନ ଏବଂ ନେପାଳ ଗୋଟିଏ ଗ୍ରୁପରେ ଥିବାବେଳେ, ବାକି ଦେଶ ଅନ୍ୟ ଗୋଟିଏ ଗ୍ରୁପରେ ରହିଛନ୍ତି ।