୨୮ ଦିନ ପରେ ଜେଲ୍‌ରୁ ବାହାରିଲେ ଆର୍ଯ୍ୟନ ଖାନ୍

ନୂଆଦିଲ୍ଲୀ, ୩୦/୧୦: ୨୮ ଦିନ ପରେ ଜେଲ୍‌ରୁ ବାହାରିଛନ୍ତି ଆର୍ଯ୍ୟନ ଖାନ୍‌। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୨ରେ ଆର୍ୟନ ଗିରଫ ହୋଇଥିଲେ। ଏହାପରେ ସେ ଆର୍ଥର ରୋଡ୍‌ ଜେଲ୍‌ରେ ଥିଲେ। ତେବେ ଗତ ୨୮ ତାରିଖରେ ବମ୍ବେ ହାଇକୋର୍ଟ ଆର୍ୟନଙ୍କ ଜାମିନ ମଞ୍ଜୁର କରିଥିଲେ। ଜେଲରୁ ମୁକୁଳିବା ପ୍ରକ୍ରିୟା ସରିବା ପରେ ସେ ଜେଲ ରୁ ବାହାରିଛନ୍ତି। କୋର୍ଟ ତାଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି।