ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ୍

ନୂଆଦିଲ୍ଲୀ, ୮/୧୦: ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲା ରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଜାମିନ ଆବେଦନ ଖାରଜ କରିଛନ୍ତି ମୁମ୍ବାଇ କୋର୍ଟ ।  ପାର୍ଟିରେ ଡ୍ରଗ୍ସ କାରବାର ନେଇ ଗିରଫଦାରୀ ପ୍ରସଙ୍ଗରେ ଆର୍ଯ୍ୟନ ଖାନଙ୍କୁ ଗତକାଲି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଇଥିଲେ କୋର୍ଟ। କେବଳ ଆର୍ଯ୍ୟନ୍ ନୁହେଁ ବରଂ ତାଙ୍କ ସହ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ବିଚାରବିଭାଗୀୟ ହାଜତକୁ ଗତକାଲିଠାରୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଆର୍ଯ୍ୟନ ଖାନ୍‌ଙ୍କୁ ଗତକାଲି ମୁମ୍ବାଇ କୋର୍ଟରେ ହାଜର କରିଥିଲା ଏନ୍‌ସିବି ।