ଆଜି ବି ନିରାଶ, ଆର୍ଯ୍ୟନ ଖାନଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ, ୨୦/୧୦: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆଜି ବି ଆର୍ଯ୍ୟନ ଖାନଙ୍କ ଜାମିନ ଖାରଜ ହୋଇଛି। ଏହାସହ ଅନ୍ୟ ୨ ଅଭିଯୁକ୍ତଙ୍କୁ ବି ଜାମିନ ଦେଲେନି କୋର୍ଟ। ଅକ୍ଟୋବର ୮ରୁ ଜେଲ୍‌ରେ ଅଛନ୍ତି ୩ ଅଭିଯୁକ୍ତ ।

ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ NCB ଆର୍ୟନ୍ ଖାନଙ୍କୁ ଗିରଫ କରିଥିଲା । ତାଙ୍କ ସହ ଅନ୍ୟ ୮ ଜଣ ମଧ୍ୟ ଧରାପଡିଥିଲେ । କୋର୍ଟ ଆର୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ବର୍ତ୍ତମାନ ଆର୍ୟନ୍ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଅଛନ୍ତି ।