ମାଗଣା ବିଜୁଳିକୁ ନେଇ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫/୫: ମାଗଣା ବିଜୁଳିକୁ ନେଇ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ସମସ୍ତଙ୍କୁ ମାଗଣା ବିଜୁଳି ମିଳିବ ନାହିଁ । ଏନେଇ କ୍ରେଜିୱାଲ କହିଛନ୍ତି କି, ଏବେ ଦିଲ୍ଲୀରେ କେବଳ ଇଛୁକ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ । ଯେଉଁମାନେ ମାଗଣା ବିଜୁଳି ଚାହୁଁ ନାହାଁନ୍ତି ସେମାନେ ଦରଖାସ୍ତ କରିପାରିବେ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ତାଙ୍କ ସରକାର ସମସ୍ତଙ୍କୁ ମାଗଣା ବିଜୁଳି ଦେବାକୁ ସକ୍ଷମ । ହେଲେ କିଛି ଲୋକ ବିଜୁଳି ଦେୟ ଦେବାକୁ ସକ୍ଷମ ଥିବାରୁ ସେମାନେ ଏହି ଟଙ୍କାକୁ ରାଜ୍ୟର ବିକାଶ କାମରେ ବିନିଯୋଗ କରିବାକୁ ସରକାରଙ୍କୁ ପୋତ୍ସାହିତ କରିବାକୁ ଚାହୁଁଥିବାରୁ ଏନେଇ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏଥିରେ ବିଜୁଳି ରିହାତି ନେବାକୁ ଚାହୁଁନଥିବା ଲୋକମାନେ ଦରଖାସ୍ତ କରିବେ ଓ ଏହାପର ମାସଠାରୁ ସେମାନେ ବ୍ୟବହାର କରୁଥିବା ବିଜୁଳି ଉପରେ ବିଲ ଦେବାକୁ ପଡିବ । ସୂଚନାଯୋଗ୍ୟ ଯେ ଦିଲ୍ଲୀ ସରକାର ପ୍ରଥମେ ମାଗଣା ବିଜୁଳି ବ୍ୟବସ୍ଥା କରିଥିଲେ । ଏହି କ୍ରମରେ ରାଜ୍ୟରେ ସମସ୍ତ ବିଜୁଳି ଉପଭୋକ୍ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇ ଦିଆଯାଇଛି ।