ବ୍ରାହ୍ମଣଙ୍କୁ ନେଇ ଯେଉଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ, ଏବେ ମାସିକ ମିଳିବ ୧୮ ହଜାର ଟଙ୍କା

ନୂଆଦିଲ୍ଲୀ,୩/୦୧: ମାସକ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ରହିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରମୁଖ ତିନିଦଳ ବିଜେପି-କଂଗ୍ରେସ ଓ ଆପ୍‌ ନୂଆନୂଆ ରଣନୀତି ଆପଣାଉଛନ୍ତି । ହେଲେ କେଜ୍ରିୱାଲ ବ୍ରାହ୍ମଣଙ୍କୁ ନେଇ ଯେଉଁ ଘୋଷଣା କରିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆପ୍‌ ପକ୍ଷରୁ କୁହାଯାଇଛି କି, ସମାଜର ମଙ୍ଗଳ କାମ ଓ ପ୍ରତି କାର୍ଯ୍ୟରେ ବ୍ରାହ୍ଣଣଙ୍କ ଯୋଗଦାନ ନିଶ୍ଚିତ ଦରକାର । ତେଣୁ ଯେଉଁମାନେ ଦେବ ସ୍ଥାନରେ ପୂଜାର୍ଚ୍ଚନା କରୁଛନ୍ତି ସେମାନଙ୍କୁ ମାସିକ ୧୮ ହଜାର ଟଙ୍କା ମିଳିବ। କିନ୍ତୁ ଏଥିଲାଗି ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ରେଜିଷ୍ଟ୍ରେସନ କରିବା ପରେ ଟଙ୍କା ମିଳିବା ନେଇ ଘୋଷଣା କରିଛନ୍ତି କେଜ୍ରିୱାଲ ।

ଦିଲ୍ଲୀ ସରକାରଙ୍କ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେଜ୍ରିୱାଲ । କହିଛନ୍ତି, ଜନ୍ମଠୁ ମୃତ୍ୟୁ…ବାହାଘରଠୁ ସୁଧଘର ତ ପୁଣି ଏକୋଇଶା, ପୂଜା ଓ ବ୍ରତ । ଏ ସବୁ କାମରେ ବ୍ରାହ୍ମଣଙ୍କ ଉପସ୍ଥିତି ଆବଶ୍ୟକ । ସେମାନଙ୍କ ବିନା ସମାଜରେ ବଞ୍ଚିବା ଅସମ୍ଭବ । ତେଣୁ ସମାଜର ଯେଉଁମାନେ ମଙ୍ଗଳକାରକ, ସେମାନଙ୍କ ଲାଗି ଯୋଜନା କରାଯାଇଛି । ଏହି ଯୋଜନା ଲାଗୁ କରିବାରେ ଦେଶରେ ଦିଲ୍ଲୀ ପ୍ରଥମ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *