ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ କେଜ୍ରିୱାଲ

ନୂଆଦିଲ୍ଲୀ,୨୨/୦୩: ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନର ଶୁଣାଣି ଆଜି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କରିଛନ୍ତି। ଆଜି ଏ ମାମଲାର ଶୁଣାଣି ସୁପ୍ରିମକୋର୍ଟର ସ୍ପେଶାଲ ବେଞ୍ଚରେ ହେବାକୁ ଥିବାବେଳେ କେଜ୍ରିୱାଲ ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି । ସୂଚନା ମୁତାବକ, ଇଡି ୧୦ ଦିନିଆ ରିମାଣ୍ଡ ଆବେଦନ କରିଛି । ତେଣୁ ଗିରଫଦାରୀ ବିରୋଧରେ କରାଯାଇଥିବା ଆବେଦନକୁ ପ୍ରତ୍ୟାହାର କରାଯାଇଥିବା କହିଛନ୍ତି କେଜ୍ରୱାଲଙ୍କ ଓକିଲ । ଏହାପରେ କେଜ୍ରିୱାଲ ପୁନର୍ବାର ଏନେଇ ତଳ କୋର୍ଟରେ ଅପିଲ କରିବେ ବୋଲି ସୂଚନା ରହିଛି । ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଂଚି ବିଭିନ୍ନ କାଗଜପତ୍ର ଯାଂଚ କରିବା ସହ ଶେଷରେ ତାଙ୍କୁ ଇଡ଼ି ଗିରଫ କରିଥିଲା ।