କେଜ୍ରିୱାଲଙ୍କୁ ପୁଣି ଥରେ ସମନ ପଠାଇଲା ଇଡି

ନୂଆଦିଲ୍ଲୀ,୧୭/୦୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ସମନ ପଠାଇଛି ପ୍ରବର୍ତ୍ତର୍ନ ନିର୍ଦ୍ଦେଶାଳୟ । ଏହା କେଜ୍ରିୱାଲଙ୍କୁ ନବମ ସମନ ହୋଇଥିବା ବେଳେ ଏଥିରେ ତାଙ୍କୁ ମାର୍ଚ୍ଚ ୨୧ରେ ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏହି ନୋଟିସ୍ ପଠାଯାଇଛି ।ଶନିବାର ଦିଲ୍ଲୀ କୋର୍ଟ ଇଡିର ଅଭିଯୋଗ ଉପରେ କେଜ୍ରିୱାଲଙ୍କୁୁ ଜାମିନ ପ୍ରଦାନ କରିଥିଲେ । ପୂର୍ବରୁ ବାରମ୍ବାର ସମନ ପଠାଇଥିଲେ ବି ଇଡି ପାଖରେ ହାଜର ହୋଇନାହାନ୍ତି କେଜ୍ରିୱାଲ । ଇଡିର ନୋଟିସ୍ ବେଆଇନ୍ ବୋଲି ଆପ୍ କହିଆସିଛି । କେନ୍ଦ୍ରର ମୋଦୀ ସରକାର ହଇରାଣ କରିବାକୁ ଇଡିକୁ ହାତବାରିସି କରିଛି ବୋଲି ଆପ୍ ଅଭିଯୋଗ କରିଆସିଛି ।