ପୁଣିଥରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୧୮/୧୨: ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇଡିର ସମନ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏହି ସମନ ଜାରି କରିଛି । ଆସନ୍ତା ୨୧ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଇଡି କହିଛି । ଗତ ନଭେମ୍ବରରେ ଇଡି କେଜ୍ରିଓ୍ଵାଲଙ୍କୁ ସମନ କରିଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ତଦନ୍ତକାରୀ ସଂସ୍ଥା ପୂର୍ବରୁ ସୁପ୍ରିମକୋର୍ଟରେ କହିଥିଲା ଯେ,  ଆମ ଆଦମୀ ପାର୍ଟି ଲାଂଚ ନେଇଥିଲା । ଏହି ମାମଲାରେ ଇଡି ପୂର୍ବରୁ ଆପ ନେତା ମନିଷ ସିସୋଦିଆ, ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ।