ଆସନ୍ତା ୫ ବର୍ଷ ମଧ୍ୟରେ ରାଜଧାନୀରେ ବେକାରି ଦୂର କରିବାକୁ ପ୍ରତିଶ୍ରୁତି ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ,୨୩/୦୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ରାଜନୈତିକ ମାହୋଲ ସରଗରମ ରହିଛି । ଏହାସହ ଜୋରସରରେ ଚାଲିଛି ପ୍ରଚାର। ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା ୫ ବର୍ଷ ମଧ୍ୟରେ ରାଜଧାନୀରେ ବେକାରି ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ଭିଡିଓ ବାର୍ତ୍ତାରେ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯୁବବର୍ଗଙ୍କୁ ରୋଜଗାର ଯୋଗାଇବା ମୋର ସର୍ବୋଚ୍ଚ ପ୍ରାଥମିକତା ହେବ। ବେକାରୀ ସମସ୍ୟାର ସମାଧାନ ପାଇଁ ଆମ ଟିମ୍ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *