ଆସନ୍ତା ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ,୧୫/୦୯: ମଦ ନୀତି ମାମଲାରେ ତିହାର ଜେଲରୁ ମୁକ୍ତ ହେବାର ୨ ଦିନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଏକ ବଡ଼ ଘୋଷଣା କରିଛନ୍ତି।   ସେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ ବୋଲି କହିଛନ୍ତି। କେଜ୍ରିୱାଲ୍‌ ଗୁରୁତ୍ୱାରୋପ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟିର ଭବିଷ୍ୟତ ବର୍ତ୍ତମାନ ଜନସାଧାରଣଙ୍କ ହାତରେ।

ସେ କହିଛନ୍ତି ମୁଁ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି। ଲୋକମାନେ ସେମାନଙ୍କର ନିଷ୍ପତ୍ତି ନଦେବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ। ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ; ଯେପର୍ଯ୍ୟନ୍ତ ମୋତେ ନ୍ୟାୟ ମିଳିନାହିଁ।’ଆସନ୍ତା ଦୁଇ ଦିନ ମଧ୍ୟରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯିବା ସହ ଜଣେ ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବେ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *