ଅବକାରୀ ନୀତି ମାମଲା, କେଜ୍ରିଓ୍ଵାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୧୨/୦୭: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଅନ୍ତରୀଣ ଜାମିନ ମିଳିଛି। ଇଡି ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆପ୍ ନେତା । ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆପ୍ ସୁପ୍ରିମୋଙ୍କୁ ୯୦ ଦିନ ଜେଲ୍ ଦଣ୍ଡ ଭୋଗିସାରିଛନ୍ତି । ତେବେ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିବାରୁ କେଜ୍ରିୱାଲ ଏବେ ତିହାର ଜେଲରେ ରହିବେ । କୋର୍ଟ କହିଛନ୍ତି, କେଜ୍ରିଓ୍ବାଲ ଜଣେ ନିର୍ବାଚିତ ନେତା । ତାଙ୍କୁ ପଦ ଛାଡିବାକୁ କେବେ ନିର୍ଦ୍ଦେଶ ଦେଇହେବ ନାହିଁ  । ସେ ଜଣେ ନିର୍ବାଚିତ ନେତା ହିସାବରେ ଏପରି ସ୍ଥିତିରେ ନିଜେ କେଉଁ ଭୂମିକାରେ ରହିବାକୁ ଚାହିଁବେ ତାହା ତାଙ୍କ ଉପରେ ନିର୍ଭର କରେ।