ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ

ନୂଆଦିଲ୍ଲୀ,୧୧/୫: କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ମଧ୍ୟରେ ଚାଲିଥିବା କ୍ଷମତା ବିବାଦର ଘଟିଲା ଅନ୍ତ। ଏହି ବିବାଦକୁ ନେଇ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଶାସନିକ ସେବା ନିୟନ୍ତ୍ରଣ କ୍ଷମତାର ଅଧିକାର ଦିଲ୍ଲୀ ସରକାରଙ୍କୁ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ପ୍ରଧାନବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ୫ଜଣିଆ ଖଣ୍ଡପିଠ ଏହି ମାମଲାର ଶୁଣାଣି କରିଛନ୍ତି। ଏଣିକି ରାଜ୍ୟରେ ପ୍ରଶାସନିକ କ୍ଷେତ୍ରରେ ପ୍ରକୃତ କ୍ଷମତା ଅଧିକାର କେବଳ ରାଜ୍ୟ ସରକାରଙ୍କ ପାଖରେ ରହିବ । ତେଣୁ ସମସ୍ତ ସେବା ନିୟନ୍ତ୍ରଣ କରିବାର ଅଧିକାର କୋର୍ଟ କେଜ୍ରିୱାଲ ସରକାରଙ୍କୁ ଦେଇଛନ୍ତି । ଏବଂ ଦିଲ୍ଲୀ ସରକାରଙ୍କ ନିଷ୍ପତି ମାନିବାକୁ ଉପଜିଲ୍ଲାପାଳ ବାଧ୍ୟ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।