ଜେଲରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ ଆଣିଲେ ଆପ୍ ନେତ୍ରୀ

ନୂଆଦିଲ୍ଲୀ,୧୯/୦୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଛନ୍ତି । କିନ୍ତୁ ଜେଲରେ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହେଉଛି । ଏଭଳି ଅଭିଯୋଗ ଆଶିଛନ୍ତି ଦିଲ୍ଲୀ ଆପ୍ ନେତ୍ରୀ ଆତିଶି ମାର୍ଲିନା । ଜେଲରେ ତାଙ୍କୁ ଇନସୁଲିନ୍ ଦିଆଯାଉନାହିଁ । ତାଙ୍କୁ ଜୀବନରୁ ମାରିଦିଆଯିବାକୁ ଚେଷ୍ଟା କରାଯାଉଛି । ଅତିଶିଙ୍କର ଏପରି ଅଭିଯୋଗ ପରେ ଦିଲ୍ଲୀ ଏଲଜି ୨୪ ଘଣ୍ଟା ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜେଲ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।