କେଜ୍ରିୱାଲଙ୍କୁ ଝଟକା, ବଢ଼ିଲା ଜେଲ ରହଣି ଅବଧି

ଭୁବନେଶ୍ୱର,୧୫/୦୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢିବାରେ ଲାଗିଛି । ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ତ୍ୱରିତ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ସେପଟେ ଦିଲ୍ଲୀ ରାଉଜ୍ ଏଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ଜେଲ ରହଣି ଅବଧିକୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇ ଏପ୍ରିଲ ୧ରେ ତିହାର ଜେଲ୍ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯାହାକୁ ନେଇ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ।

ସୋମବାର କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି ଶେଷ ହେଉଥିବାରୁ ଇଡି ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରିଥିଲା । ଏହାପରେ ଦିଲ୍ଲୀ ରାଉଜ୍ ଏଭେନ୍ୟୁ କୋର୍ଟ ତାଙ୍କ ଜେଲ ରହଣୀ ଅବଧିକୁ ଏପ୍ରିଲ ୨୩ ଯାଏ ବୃଦ୍ଧି କରିଛନ୍ତି ।