କେଜ୍ରିୱାଲଙ୍କ ଗିରଫ ପ୍ରସଙ୍ଗରେ ଜର୍ମାନୀ ପରେ ମୁହଁ ଖୋଲିଲା ଆମେରିକା

ନୂଆଦିଲ୍ଲୀ,୨୬/୦୩:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ପରେ ବିଦେଶରେ ବି ଚାଲିଛି ରାଜନୀତି ଚର୍ଚ୍ଚା। ଜର୍ମାନୀ ପରେ ଆମେରିକା ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଛି । ଆମେରିକାର ଷ୍ଟେଟ ଡିପାର୍ଟମେଂଟର ମୁଖପାତ୍ର କହିଛନ୍ତି ଯେ, ସେମାନେ କେଜ୍ରିୱାଲଙ୍କ ପ୍ରସଙ୍ଗରେ ନଜର ରଖିଛନ୍ତି । କେଜ୍ରିୱାଲଙ୍କ ପାଇଁ ନିରପେକ୍ଷ, ସ୍ୱଛ ଓ ସମୟ ଅନୁଯାୟୀ ଆଇନ ପ୍ରକ୍ରିୟା ଚାଲିବ ବୋଲି ଆମେରିକାର ଆଶା ଥିବା ଆମେରିକୀୟ ମୁଖପାତ୍ର କହିଛନ୍ତି । ପୂର୍ବରୁ ଜର୍ମାନୀ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲା । କେଜ୍ରିୱାଲଙ୍କୁ ସ୍ୱଛ ଓ ନିରପେକ୍ଷ ନ୍ୟାୟ ମିଳିବା ଉଚିତ୍ କଥା କହିଥିଲେ ଜର୍ମାନୀ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର । ତେବେ ଏହି ପ୍ରସଙ୍ଗରେ ଭାରତ ସରକାର ଦୃଢ଼ ଆପତି ଉଠାଇଥିଲେ । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାଇବା ଠାରୁ ଦୂରେଇ ରହିବା ଜର୍ମାନୀ ପାଇଁ ଉଚିତ୍ ହେବ ବୋଲି ମୋଦୀ ସରକାର କହିଥିଲେ ।