ଇଡି ଗିରଫଦାରୀ ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ,୧୪/୦୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କ ଝଟକା । ଇଡି ଗିରଫଦାରୀ ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନଙ୍କ କୋର୍ଟରେ କେଜ୍ରିୱାଲଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି କରାଯାଇପାରିବ ନାହିଁ ବୋଲି କୁହାଯାଇଛି ।ଗିରଫଦାରୀ ଏବଂ ରିମାଣ୍ଡକୁ ବେଆଇନ କହିବା ସହ ତୁରନ୍ତ ହାଜତରୁ ମୁକ୍ତ ହେବାର ଅଧିକାର ଥିବା ଦର୍ଶାଇ ହାଇକୋର୍ଟରେ ଆବେଦନ କରିଥିଲେ କେଜ୍ରିୱାଲ । ମାମଲାରେ ଶନିବାର ସନ୍ଧ୍ୟା କିମ୍ବା ରବିବାର ସକାଳେ ଶୁଣାଣି କରିବାକୁ ଆବେଦନ ହୋଇଥିଲା । କିନ୍ତୁ ହାଇକୋର୍ଟ ତକ୍ରାଳ ଶୁଣାଣି ପାଇଁ ମନା କରିବା ପରେ ଏବେ ମାର୍ଚ୍ଚ ୨୭ ତାରିଖ ପରେ ହିଁ ଏହି ମାମଲାର ଶୁଣାଣି କରାଯିବ । ଅବକାରୀ ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ୧୦ ଦିନ ରିମାଣ୍ଡ ଆବେଦନ କରାଯାଇିଲେ ବି ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ । ମାର୍ଚ୍ଚ ୨୮ ତାରିଖ ଦିନ ୨ଟାରେ କେଜ୍ରିୱାଲଙ୍କୁ ପୁଣି କୋର୍ଟରେ ହାଜର କରିବ ପ୍ରବର୍ତ୍ତର୍ନ ନିର୍ଦେଶାଳୟ ।