ବରିଷ୍ଠ IPS ଅଧିକାରୀ ଅରୁଣ ଷଡ଼ଙ୍ଗୀ ହେଲେ ଓଡ଼ିଶା ଲୋକ ସେବା ଆୟୋଗ-OPSCର ଚେୟାରମ୍ୟାନ୍

ଭୁବନେଶ୍ୱର,୨୭/୦୯: ବରିଷ୍ଠ IPS ଅଧିକାରୀ ଅରୁଣ ଷଡ଼ଙ୍ଗୀ ହେଲେ ଓଡ଼ିଶା ଲୋକ ସେବା ଆୟୋଗ-OPSCର ଚେୟାରମ୍ୟାନ୍ । ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଅରୁଣ ଷଡଙ୍ଗୀଙ୍କୁ ୬ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ଦିନଠାରୁ ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଯେଉଁଟା ଆଗ ଆସିବ ସେ ପର୍ଯ୍ୟନ୍ତ ଅରୁଣଙ୍କ କାର୍ଯ୍ୟକାଳ ରହିବ । ଅରୁଣ ଷଡଙ୍ଗୀ ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ପୂର୍ବରୁ ସେ ଇନଚାର୍ଜ ପୋଲିସ ଡିଜି ଭାବେ କାମ କରିଥିଲେ ।

Leave a Reply

Your email address will not be published. Required fields are marked *