ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଲେ ଅରୁଣ ଗୋଏଲ

ନୂଆଦିଲ୍ଲୀ,୧୦/୦୩: ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ।  ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଅରୁଣଙ୍କ ଇସ୍ତଫା ପତ୍ର ମଧ୍ୟ ରାଷ୍ଟ୍ରପତି ଗ୍ରହଣ କରିଥିବା ସୂଚନା ମିଳିଛି। ଅରୁଣ ଗୋଏଲଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ଥିଲା । ତେବେ ୩ ବର୍ଷ ପୂର୍ବରୁ ତାଙ୍କ ଇସ୍ତଫା ପରେ, କେନ୍ଦ୍ରୀୟ ନିର୍ବାଚନ କମିଶନରେ ଏବେ ୨ଟି କମିଶନର ପଦ ଖାଲି ରହିଛି । ୧୯୮୫ ବ୍ୟାଚ୍‌ ପଞ୍ଜାବ ଆଇଏଏସ କ୍ୟାଡର ଗୋଏଲ । ନଭେମ୍ବର ୧୮ରେ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରଣାଳୟର ସଚିବ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହା ପରଦିନ ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା।