ଶ୍ରୀଜିଉଙ୍କ ଦର୍ଶନ ପରେ କଣ କହିଲେ ଅଭିନେତ୍ରୀ କଙ୍ଗନା

ଭୁବନେଶ୍ୱର,୧୯/୨: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏକ ଟ୍ବିଟ୍‌ କରିଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ କହିଛନ୍ତି ଯେ ଆମେ ସବୁବେଳେ କୃଷ୍ଣଙ୍କ ସହ ରାଧା ବା ଲକ୍ଷ୍ମୀଙ୍କୁ ମନ୍ଦିରରେ ଦେଖିଛୁ। କିନ୍ତୁ ଶ୍ରୀମନ୍ଦିରରେ ସମ୍ପୂର୍ଣ ଅଲଗା। ଏଠାରେ ଭାଇ, ଭଉଣୀଙ୍କ ସହ ଜଗନ୍ନାଥ ପୂଜା ପାଉଛନ୍ତି । ଶ୍ରୀକ୍ଷେତ୍ର ଶାନ୍ତ, ମଧୁର ଓ ଆରୋଗ୍ୟକାରୀ ସ୍ଥାନ ଭଳି ଅନୁଭୂତ ହେଲା ବୋଲି କଙ୍ଗନା କହିଛନ୍ତି।