ସବସିଡି ବାବଦରେ ୬ କୋଟି ୮୧ ଲକ୍ଷ ଠକେଇ, ୨ ଭାଇ ଗିରଫ

ଭୁବନେଶ୍ୱର,୭/୪: କୃଷି ଉପକରଣ ସବସିଡି ବାବଦରେ ୬ କୋଟି ୮୧ ଲକ୍ଷ ଠକେଇ ମାମଲାରେ ୨ ଭାଇ ଗିରଫ ହୋଇଥିବା ନେଇ ସୂଚନା ମିଳିଛି । ଜଗତସିଂହପୁର ତାରଡ଼ପଡ଼ାରେ ଶିତଳ ଆଗ୍ରୋ ଇନପିଟ୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀ ଖୋଲି ସବସିଡି ଟଙ୍କା ଠକେଇ କରିଥିବା ୨ ଭାଇ ମାନସ ରଂଜନ ଦାଶ ଓ ତାପସ ରଂଜନ ଦାଶଙ୍କୁ ଗିରଫ ହୋଇଛନ୍ତି । ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହି କମ୍ପାନୀରେ କୃଷି ଉପକରଣ ମେସିନ, ନା ବିକ୍ରି ହେଉଥିଲା । କେବଳ ମିଛ ବିଲ୍ ଓ ଦସ୍ତାବିଜରେ କୃଷି ଉପକରଣ ବିକ୍ରି କରାଯାଇଥିବା ଦର୍ଶାଇ ସରକାରୀ ସବସିଡି ଟଙ୍କା ହଡ଼ପ କରୁଥିଲେ ଦୁଇଭାଇ । କିଛି ଚାଷୀଙ୍କ ନାଁରେ ବିଲ୍ କରି ମିଛରେ କୃଷି ଉପକରଣ ବିକ୍ରି କରୁଥିଲେ । ଏହି ଦୁଇ ଭାଇ ଛଡ଼ା ୮ ଜଣ ଡିଲର ମଧ୍ୟ ଏଥିରେ ସାମିଲ ଅଛନ୍ତି । ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, କଳାହାଣ୍ଡି, ସମ୍ବଲପୁର ଆଦି ଜିଲ୍ଲାରେ ଜାଲ କାଗଜପତ୍ର ଓ ରସିଦ ଦେଇ ଏମାନେ ଠକେଇ କରୁଥିଲେ । ଜଗତସିଂହପୁରରୁ ୨ ଭାଇଙ୍କୁ ଗିରଫ କରିଛି ଇଓଡବ୍ଲୁ ।