ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ITDAର ସହକାରୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର, ୨୭/୧୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ହୋଇଛନ୍ତି। ଏହାପରେ ତାଙ୍କୁ ଆଜି ଅପରାହ୍ନରେ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ । ସୂଚନାଯୋଗ୍ୟ ଯେ ଗତ ୨ ଦିନ ଧରି ସନ୍ତୋଷଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ୪୨ ଲକ୍ଷ ଟଙ୍କା ଜବତ ହୋଇଛି। ଅନେକ ସ୍ଥାନରେ ସନ୍ତୋଷଙ୍କ ଫ୍ଲାଟ, କୋଠା ଓ ଜମି ଠାବ ହୋଇଥିଲା।