ଆସିଲା ଗିରଫ କୁବେର କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର, ୧/୧୧:  ଗିରଫ ହୋଇଥିବା କୁବେର କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା ଆସିଛି। ତାଙ୍କ ସମ୍ପତ୍ତି ତାଲିକାର ହିସାବ ଦେଲା ଭିଜିଲାନ୍ସ । ପ୍ରସନ୍ନ ବେହେରାଙ୍କ ସମ୍ପତ୍ତି ୬କୋଟି ୯୭ ଲକ୍ଷ ୧୫ ହଜାର ରହିଛି । ଏହାସହ ପ୍ରସନ୍ନ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ ହୋଇଛି।ପ୍ରସନ୍ନ ଙ୍କ ଆୟଠାରୁ ୨୨୧ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଛି। ସୂଚନା ଯୋଗ୍ୟ ଯେ ପୂର୍ବରୁ କୁବେର କନେଷ୍ଟବଳଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ ।