ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ମିଳିବ ଦଣ୍ଡ, ଗିରଫ ହେବେ ସମ୍ପୃକ୍ତ ବ୍ୟକ୍ତି

ଭୁବନେଶ୍ୱର, ୮/୩: ଶିମିଳିପାଳ ଭଳି ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ପ୍ରାଣ ହାନି ହେବା ସହ ବହୁତୁ କିଛି କ୍ଷତି ହେଉଛି। ଏହାରିମଧ୍ୟରେ ସମ୍ବଲପୁରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସେଠାରେ ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ କରାଯିବ। ଏହାସହ ସଂପୃକ୍ତ ଲୋକଙ୍କ ବିଷୟରେ ସୂଚନା ଦେଲେ  ପୁରସ୍କାର ମିଳିବ। ଅନ୍ୟପଟେ ଜଙ୍ଗଲରେ ପ୍ରବେଶକାରୀଙ୍କ ଉପରେ ନଜର ରଖିବାକୁ DFO ନିର୍ଦେଶ ଦେଇଛନ୍ତି । ପ୍ରତ୍ୟେକ ରେଞ୍ଜରେ ନିଆଁଲିଭା ପାଇଁ ରହିବେ ୧୫ କର୍ମଚାରୀ ଓ ନିଆଁ ସଂପର୍କରେ ସଚେତନତା ସୃଷ୍ଟି ପାଇଁ  ପ୍ରଚାର ଗାଡ଼ି ବୁଲୁଛି ବୋଲି ଡିଏଫଓ କହିଛନ୍ତି।