ମହାପ୍ରଭୁଙ୍କ କାମରେ ଲାଗିବ ସଂଗ୍ରହ ହୋଇଥିବା ଗୁଆ ଓ ଚାଉଳ, ହେବ ଖେଚୁଡ଼ି ଓ ପିଠା

ଭୁବନେଶ୍ୱର,୧୯/୦୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତ ୧୭ତାରିଖରେ ଉଦଘାଟନ ହୋଇଥିଲା । ଆଉ ଏହା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ ଗାଁ ଠୁ ସହର ସବୁଠି ବୁଲିଥିଲା ଅର୍ପଣ ରଥ । ଲୋକମାନେ ଭକ୍ତିର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବା ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ ସେବାରେ ଲାଗିବ । ଆସିଥିବା ଏହି ଅରୁଆ ଚାଉଳ ଓ ଗୁଆ ସୁଆର ମହାସୁଆର ନିଯୋଗ ଗ୍ରହଣ କରିବ । ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହୀତ ସମସ୍ତ ସାମଗ୍ରୀ ଚାଉଳ, ଗୁଆ ଓ ଶ୍ରୀଫଳ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ ସୂଚନା ଦେଇଛନ୍ତି । ଏହାସହ ବିଡିଆ ପାନରେ ବ୍ୟବହୃତ ହେବ ଅର୍ପଣ ଗୁଆ ।