ସେନା ହେଲିକପ୍ଟର ଚିତା ଦୁର୍ଘଟଣାଗ୍ରସ୍ତ

ତୁଲୈଲ୍ : ଆଜି ଅପରାହ୍ଣରେ ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଉତ୍ତର କଶ୍ମୀରର ବନ୍ଦୀପୋରା ଜିଲ୍ଲାର ତୁଲୈଲ୍ ଅଞ୍ଚଳ ଅନ୍ତର୍ଗତ ଗୁରେଜରେ ଦୁର୍ଘଟଣା ହୋଇଛି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ , ଗୁଜରନ ନାଳ ଅଞ୍ଚଳରେ ସେନା ହେଲିକପ୍ଟର୍ଟି ଦୁର୍ଘଟଣା ହେବା ପରେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି।

ଦୁର୍ଘଟଣା ପରେ ଏବେ ଘଟଣାସ୍ଥଳରେ ପହଞ୍ଚିଲା ସର୍ଚ୍ଚ ଅପରେସନ ଟିମ । ପାଇଲଟ ଓ କୋ-ପାଇଲଟ ନିଖୋଜ ଥିବା ବେଳେ ସେମାନଙ୍କୁ ଖୋଜୁଛନ୍ତି ଟିମ । ସେଥିରେ ଥିବା ପାଇଲଟ୍ ଏବଂ ସହକାରୀ ପାଇଲଟଙ୍କ ଅବସ୍ଥା ବିଷୟରେ ଅନିଶ୍ଚିତ ଥିବା କଥା ସେମାନେ କହିଛନ୍ତି। ତେବେ କେଉଁ କାରଣରୁ ହେଲିକପ୍ଟରଟି କ୍ରସ ହୋଇଛି ତାହା ଏବେବି ଅସ୍ପଷ୍ଟ ।