ସେନାରେ ଅସ୍ଥାୟୀ ନିଯୁକ୍ତି ପାଇଁ ଅଗ୍ନୀପଥ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ,୧୪/୦୬: ସେନାବାହୀନୀର ରୁୂପାନ୍ତରଣ ପାଇଁ କେନ୍ଦ୍ର ସରକାରଙ୍କ ‘ଅଗ୍ନୀପଥ’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ୪ ବର୍ଷ ପାଇଁ ଦେଶର ସେବା କରିବା ପାଇଁ ଯୁବପିଢିଙ୍କୁ ଅଗ୍ନିବୀର ହେବାକୁ ସୁଯୋଗ ମିଳିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହି ଯୋଜନା ଭାରତର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଶଶକ୍ତ କରିବ । ଏବଂ ଏହି ଅଗ୍ନୀବିରମାନଙ୍କୁ ୪ ବର୍ଷ ସେନା କାର୍ଯ୍ୟ କରିବାକୁ ଭଲ ପାଉଣା ମିଳିବ ବୋଲି କହିଛନ୍ତି ରାଜନାଥ ସିଂ ।