ଯବାନ-ମାଓବାଦୀ ମୁହାଁମୁହିଁ, ୫ ଯବାନ ସହିଦ

ଭୁବନେଶ୍ୱର, ୪/୪: ଛତିଶଗଡ଼ ବିଜାପୁରରେ ଯବାନ-ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଯାହା ଫଳରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଏହାସହ ୩୦ ଜଣ ଯବାନ ଆହତ  ହେବା ସହ ୧୮ ଜଣ ଯବାନ ନିଖୋଜ ଅଛନ୍ତି । ଅନ୍ୟପଟେ ୫ ସହିଦ ଯବାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବିଜାପୁର ଜଙ୍ଗଲରେ ପଡ଼ିରହିଛି ଅନ୍ୟ ୩ ସହିଦ ଯବାନଙ୍କ ମୃତଦେହ । ତେଣୁ ପୋଲିସ ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଜାରି ରଖିଛି। ନିଖୋଜ ଥିବା ଯବାନ ମାନଙ୍କୁ ଖୋଜା ଚାଲିଛି।