ଫିଫା ବିଶ୍ୱକପ ଚାମ୍ପିୟନ୍ ହେଲା ଆର୍ଜେଣ୍ଟିନା

ନୂଆଦିଲ୍ଲୀ,୧୮/୧୨: ଫିଫା ବିଶ୍ବକପ୍‌-୨୦୨୨ର ଫାଇନାଲ ମ୍ୟାଚ୍‌ରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଛି । ଲିଓନେଲ ମେସିଙ୍କ ସ୍ବପ୍ନ ପୂରା ହୋଇଛି। ଶେଷ ପର୍ଯ୍ୟାୟରେ ଫ୍ରାନ୍ସର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ ବି ପରାସ୍ତ ହୋଇଛନ୍ତି। ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନା ୪-୨‌ରେ ମ୍ୟାଚ ଜିତିଛି। ସୂଚନାଯୋଗ୍ୟ ଯେ କାତାରର ରାଜଧାନୀ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା ୨-୨ରେ ବରାବର ଥିଲା।