ଭୁବନେଶ୍ୱର,୫/୧୨: ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ଜେଲରୁ ବାହାରିବେ । ଗତକାଲି ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ତେଣୁ ସେ ଆଜି ଜେଲରୁ ବାହାରିବେ ବୋଲି ସୂଚନା ରହିଛି । ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ । ସେହିପରି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନରେ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ଇଡି ମାମଲାରେ ଛନ୍ଦି ହୋଇ ଜେଲରେ ଥିଲେ । ଗତବର୍ଷ ଅକ୍ଟୋବର ୬ରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ବେଆଇନ୍ କାର୍ଯ୍ୟକଳାପ ଓ କଳାଟଂକା ମାମଲା ସାମ୍ନାକୁ ଆସିବା ପରେ ଇଡି ଘଟଣାର ତଦନ୍ତ କରିଥିଲା । ପରେ ଡିସେମ୍ବର ୧୩ରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା ।