ସହଯୋଗୀ ଶ୍ରଦ୍ଧାଞ୍ଜଳି ଖୋଲିଲେ ଅର୍ଚ୍ଚନାଙ୍କ ଗୁମର !

ଭୁବନେଶ୍ୱର,୧୮/୧୨: ଅର୍ଚ୍ଚନା ନାଗ ମାମଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଗତକାଲି ୧୨ ଘଂଟା ଜେରା କରିଛି ଇଡ଼ି । ଗତକାଲି ସେ ତୃତୀୟ ଥର ଲାଗି ଇଡିରେ ହାଜର ହୋଇଥିଲେ । ବିଳମ୍ବିତ ରାତି ଯାଏ ତାଙ୍କୁ ଜେରା କରିଥିଲା ଇଡି । ଜେରା ପରେ ଶ୍ରଦ୍ଧାଞ୍ଜଳି ପ୍ରଥମ ଥର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଇଡି ତାଙ୍କୁ ଯାହା ପଚାରିଛି ତାର ଉତର ସେ ଦେଇଛନ୍ତି । ଗତକାଲି ଜେରା ସମୟରେ ଅର୍ଚ୍ଚନାଙ୍କ ସହ ଶ୍ରଦ୍ଧାଞ୍ଜଳିଙ୍କ ମୁହାଁମୁହିଁ ବି ଜେରା ହୋଇଥିବା ଜଣାପଡିଛି । ସେପଟେ ନାଗ ଚାନ୍ଦ ଦମ୍ପତିଙ୍କ ସୁନା କିଣାର ତଥ୍ୟ ନେଇଛି ଇଡି । ଦୁଇ ସୁନା ଦୋକାନର ମ୍ୟାନେଜରଙ୍କୁ ଏ ନେଇ ତଦନ୍ତ ଅଧିକାରୀ ପଚରାଉଚରା କରିଛନ୍ତି । ଆଉ ଆବଶ୍ୟକ ତଥ୍ୟ ସୁନା ଦୋକାନୀଙ୍କ ତରଫରୁ ଦିଆଯାଇଥିବା ସୂଚନା ରହିଛି ।