ନୂଆଦିଲ୍ଲୀ,୨୦/୧୧: ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଏଆର ରେହେମାନଙ୍କ ବିବାହର ୨୯ ବର୍ଷ ପରେ ପତ୍ନୀ ସାଇରା ବାନୁଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଛି । ଉଭୟଙ୍କ ଓକିଲ ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେପଟେ ଏଆର ରେହେମାନ ମଧ୍ୟ ସୋସିଆଲ ମିଡିଆରେ ଏକ ଭାବ ପ୍ରବଣ ପୋଷ୍ଟ କରିଛନ୍ତି । ଅନ୍ୟପଟେ ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ । ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । କହି ରଖୁଛୁ କି, ୫୭ ବର୍ଷୀୟ ଏଆର ରହମାନ ୧୯୯୫ ମସିହାରେ ସାଇରାଙ୍କୁ ନିକା କରିଥିଲେ । ସେମାନଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି । ହେଲେ ଦୀର୍ଘ ୨୯ ବର୍ଷର ନିକାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।