ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ରାଜ୍ୟରେ ବଢ଼ିପାରେ କରୋନା ସଂକ୍ରମଣ

ଭୁବନେଶ୍ୱର, ୨୧/୪: ରାଜ୍ୟରେ ଏବେ ଦିନକୁ ଦିନ କଁ ରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଏବେ ଦିନକୁ ପାଖାପାଖି ୫ହଜାର ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।ରାଜ୍ୟରେ ଏହି କୋଭିଡ ସ୍ଥିତି ନେଇ DMET ସି.ବି.କେ. ମହାନ୍ତିଙ୍କ ସୂଚନା ଦେଇ କହିଛନ୍ତି ଯେ ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକ୍‌ରେ ରହିପାରେ। କିନ୍ତୁ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏହାସହ ରାଜ୍ୟରେ ଅକ୍ସିଜେନ ଯଥେଷ୍ଟ ପରିମାଣର ରହିଛି ବୋଲି ସେ କହିଛନ୍ତି।