୯୪ ଜଣ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ଭୁବନେଶ୍ୱର, ୨୩/୪: ଆଜି ନିର୍ମାଣ ବିଭାଗ ପକ୍ଷରୁ ୯୪ ଜଣ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କୁ ଲୋକସେବା ଭବନସ୍ଥିତ କନଭେସନ ହଲଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖଣି ଓ ଇସ୍ପାତ , ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଆଜିର ଯୁଗ ଟେକ୍ନୋଲୋଜିର ଯୁଗ ।ତେଣୁ ନୂଆ ନୂଆ ଜ୍ଞାନକୌଶଳକୁ ନିର୍ମାଣ କ୍ଷେତ୍ରରେ ବ୍ୟବହାର କରି ଆବଶ୍ୟକ । ରାଜନେତା ହୁଅନ୍ତୁ ବା ସରକାରୀ କର୍ମଚାରୀ ସମସ୍ତେ ଆମେ ଜନ ସାଧରଣଙ୍କ ସେବକ ଅଟୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବାଣୀକୁ ସବୁବେଳେ ମନେରଖିବା ସହ ୫ଟି ଆଧାରରେ କାର୍ଯ୍ୟ କରିବାକୁ ସେମାନଙ୍କୁ ସେ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଓ ନିର୍ମାଣ ବିଭାଗ କମିଶନର ତଥା ଶାସନ ସଚିବ ଡ଼ଃ କ୍ରିଷନ କୁମାର ଉପସ୍ଥିତ ରହିଥିଲେ ।