ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଏମ-ପୋଲିସ ମୋବାଇଲ ଆପ୍ଲିକେସନ ବ୍ୟବସ୍ଥା

ଭୁବନେଶ୍ୱର, ୧୫/୩: ପାସ୍‌ପୋର୍ଟ ଭେରିଫିକେସନ ପାଇଁ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।  ଏନେଇ ଏକ ମୋବାଇଲ ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସେହି ମୋବାଇଲ ଆପ୍ଲିକେସନର ନାମ ରହିଛି ଏମ-ପୋଲିସ। ରାଜ୍ୟର ସମସ୍ତ ୫୫୩ଟି ଥାନାକୁ ଦିଆଯିବ ଏହି ଟ୍ୟାବ୍ । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଓ ମାର୍ଚ ୨୫ ସୁଦ୍ଧା ସବୁ ଥାନାକୁ ଦିଆଯିବ ବୋଲି ସୂଚନା ମିଳିଛି।