ରାଜ୍ୟରେ ଆପାର୍ଟମେଣ୍ଟ ପଂଜିକରଣ ନେଇ ବିଜ୍ଞପ୍ତି ପ୍ରକାଶିତ

ଭୁବନେଶ୍ୱର, ୧୭/୦୨: ରାଜ୍ୟରେ ଆପାର୍ଟମେଂଟ ପଂଜିକରଣ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଜରିଆରେ ଓଡିଶା ଆପାର୍ଟମେଂଟ ମାଲିକାନାସତ୍ୱ ଓ ପରିଚାଳନା ନିୟମ ଆଣିଛନ୍ତି ରାଜ୍ୟ ସରକାର । ଏଥିରେ ଆପାର୍ଟମେଂଟ ମାଲିକଙ୍କ ଆସୋସିଏସନ ଗଠନ ଓ ପଂଜିକରଣ ନେଇ ସବିଶେଷ ନିୟମ ରହିଛି । ୨୦୨୩ ଅକ୍ଟୋବର ୧୩ରେ ଓଡିଶା ଆପାର୍ଟମେଂଟ ମାଲିକାନାସତ୍ୱ ଓ ପରିଚାଳନା ଚିଠା ନିୟମ ପ୍ରକାଶ ପାଇଥିଲା । ରେରା ଆଇନର ବ୍ୟବସ୍ଥା ଅନୁଯାୟୀ ଫ୍ଲାଟ ମାଲିକ ସଂଘ ସପକ୍ଷରେ କମନ ଏରିଆର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏହି ନିୟମରେ ଆପାର୍ଟମେଂଟ ମାଲିକ ଏବଂ ଫ୍ଲାଟ ମାଲିକର ଅଧିକାର ଏବଂ ଦାୟିତ୍ୱ ଉଲ୍ଲେଖ ରହିଛି ।