ଅନୁଭବ-ବର୍ଷା ଉଭୟଙ୍କୁ ୫ ହଜାର ଲେଖାଏଁ ପୈଠ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୯/୯: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ ମାମଲା । ଉଭୟ ସ୍ୱାମୀ ସ୍ତ୍ରୀ କୋର୍ଟରେ ପୈଠ କରିବେ ୫ ହଜାର ଲେଖାଏଁ ଟଙ୍କା । ଏନେଇ କଟକ ଫ୍ୟାମିଲି କୋର୍ଟ ଦୁହିଁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ କୋର୍ଟ ଉଭୟ ବର୍ଷା ଓ ଅନୁଭବଙ୍କ ନୂଆ ପିଟିସନଙ୍କୁ ମଧ୍ୟ ଗ୍ରହଣ କରିଛନ୍ତି । ଆଉ ଆସନ୍ତା ୧୪ ତାରିଖ ସୁଦ୍ଧା ଉଭୟଙ୍କୁ ୫ ହଜାର ଲେଖାଏଁ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।